ମାଲଗୋଦାମ ପଡା ସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ.. 19 ଗୋଟି ଗ୍ୟାସ ସିଲିଣ୍ଡର ଜବତ.. ତଦନ୍ତ ଜାରି

ଟିଟିଲାଗଡ଼… ବର୍ତମାନ ମଧ୍ୟ୍ୟପ୍ରାଚ୍ୟ ରେ ଯୁଦ୍ଧ ଚାଲି ଥିବା ବେଳେ
ଦେଶ ରେ ଗ୍ୟାସ ସଙ୍କଟ ଚାଲିଥିଲା ବେଳେ ଟିଟିଲାଗଡ଼ ସହରର ମାଲ ଗୋଦାମ ପଡା ସ୍ଥିତ ଗୋସିୟା ଏଣ୍ଟରପ୍ରାଇଜ ନାମକ ଏକ ଘରୋଇ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢାଉ କରି ୧୯ ଗୋଟିଏ ଗ୍ୟାସ୍ ସିଲିଣ୍ଡର ଜବତ କରିବା ଘଟଣା ଟିଟିଲାଗଡ ରେ ଚର୍ଚ୍ଚା ର ବିଷୟ ହୋଇଛି। ଗତ ଫେବୃଆରୀ ମାସରେ ରାଜ୍ୟ ସରକାର ଙ୍କ ପଣ୍ୟାଗାର ବା ଓ ଏସ ଡବ୍ଲୁ ଏସ ବିଭାଗ ର ଏକ ଗୋଦାମ ଗୃହ କୁ ଏକ ବର୍ଷ ପାଇଁ ଲିଜ ରେ ନେଇଥିବା ଗୋସିଆ ଏଣ୍ଟର ପ୍ରାଇଜେସ ଭିତରୁ ବ୍ୟାପକ ପରିମାଣ ର ଘରୋଇ ଗ୍ୟାସ ଏବଂ ବ୍ୟବସାୟୀକ ଗ୍ୟାସ ଜବତ କରିଛନ୍ତି ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ l ସମୁଦାୟ ୧୯ଟି ସିଲିଣ୍ଡର ଜବତ ହୋଇଥିବା ବେଳେ ବ୍ୟବସାୟୀ ଜଣକ ୬ ଗୋଟି ଘରୋଇ ଗ୍ୟାସ ସିଲିଣ୍ଡର ର କାଗଜପତ୍ର ଦେଖାଇବା ସହିତ ଅନ୍ୟ ୪ଗୋଟି ଗ୍ୟାସ ସେ ଅନ୍ୟ ମାଲିକ ମାନଙ୍କ ଠାରୁ ନେଇଥିବା କହିଛନ୍ତି l ତେବେ ଏ ନେଇ ଅଧିକ ତଦନ୍ତ କରୁଛି ଟିଟିଲାଗଡ ପ୍ରଶାସନ l ଏହି ଚଢ଼ାଉ ସମୟରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ପଦ୍ମନାଭ ସାମନ୍ତ ରାୟ ଖାଦ୍ୟ ଓ ଯୋଗାଣ ବିଭାଗଅଧିକାରୀଙ୍କ ଶ୍ରୀ ଗୋକୁଳା ନନ୍ଦ ଭୋଇ ଓ ଟିଟିଲାଗଡ଼ ପୋଲିସ ପ୍ରଶାସନ ସହିତ ଫୁଡ ସିକ୍ୟୁରିଟି ବିଭାଗ ଅଧିକାରୀ ସାମିଲ ରହିଥିଲେ,
ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

Leave a Reply

Your email address will not be published. Required fields are marked *

error: Content is protected !!