ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି..

ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି ଜଣକ ହେଲେ ପାର୍ଥ ମୁଗ୍ରୀ (୪୦)। ପରିବାର ଲୋକେ ଥାନାରେ ଅଭିେଯାଗ କରିବା ପରେ ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମୁଗ୍ରୀଙ୍କ ବିିରୁଦ୍ଧରେ ଏହି ଥାନା ଅଞ୍ଚଳର ଜଣେ ନାବାଳକଙ୍କୁ ଅସଦାଚରଣ ଅଭିଯାଗ ହୋଇଛି।

ପରିବାର ଲୋକେ ଘଟଣା ସଂପର୍କ ରେ ଜାଣିବା ପରେ ଅଭିଯୁକ୍ତଙ୍କୁ କାବୁ କରି ଥାନାରେ ଜିମା ଦେଇଥିଲେ। କିଛିଦିନ ହେବ ବିଭିନ୍ନ ବାହାନାରେ ବ୍ୟକ୍ତି ଜଣକ ପଡୋଶୀ ଘରର ଜଣେ ନାବାଳକଙ୍କୁ ତାଙ୍କ ଘରକୁ ଡାକି ଅସଦାଚରଣ କରିଥିଲେ। ଏନେଇ ପରିବାର ଲୋକଙ୍କୁ କିଛି କହିଲେ ଅସୁବିଧା ହେବ ବୋଲି ନାବାଳକଙ୍କୁ ଧମକ ମଧ୍ଯ ଦେଇଥିଲେ। ତେବେ ନାବାଳକ ଜଣକ ଶୁକ୍ରବାର ପରିବାର ଲୋକଙ୍କୁ ସବୁ କଥା କହିବା ପରେ ପରିବାର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *

error: Content is protected !!