ପୂର୍ବ ଶତୃତାକୁ କେନ୍ଦ୍ରକରି ବୃଦ୍ଧ ଦମ୍ପତିଙ୍କ ଘରେ ନିଆଁ ଲଗେଇଦେବା ଅଭିଯୋଗ |

ନୟାଗଡ : ପୂର୍ବ ଶତୃତାକୁ କେନ୍ଦ୍ରକରି ବୃଦ୍ଧ ଦମ୍ପତିଙ୍କ ଘରେ ନିଆଁ ଲଗେଇ ମାରିବାକୁ ଉଦ୍ୟମ । ଏପରି ଅଭିଯୋଗ ଆସିଛି ରଣପୁର ବ୍ଲକ ଡମସାହି ପଂଚାୟତା ତୁଲୁବି ଗାଁରୁ । ଗାଁର ମହେଶ୍ୱର ନାୟକ ଓ ତାଙ୍କ ସ୍ତ୍ରୀ ବସନ୍ତ ନାୟକଙ୍କ 2 ପୁଅଙ୍କ ମୃତ୍ୟୁ ପରେ ଉଭୟ ବୃଦ୍ଧ ଦମ୍ପତି ଏକୁଟିଆ ଘରେ ରୁହନ୍ତି । ବସନ୍ତଙ୍କ ସହିତ ଗାଁର କିଛି ଲୋକଙ୍କ ପୂର୍ବରୁ ଜମିବାଡିକୁ ନେଇ ବିବାଦ ରହିଥିଲା ।

କାଲି ରାତିରେ ମହେଶ୍ଵର ଘରେ ନଥିବା ବେଳେ ସ୍ତ୍ରୀ ବସନ୍ତ ଘରେ ଏକୁଟିଆ ଥିଲେ । ଯାହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ତାଙ୍କ ଚାଳଘରେ ନିଆଁ ଲଗେଇ ଦେଇଥିଲେ ।

ନିଆଁକୁ ଦେଖି ବସନ୍ତ ପାଟି କରିବାରୁ ସ୍ଥାନୀୟ ଲୋକ ଦୌଡ଼ି ଆସି ବସନ୍ତଙ୍କୁ ଉଦ୍ଧାର କରିବା ସହ ରଣପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏ ଅଗ୍ନି କାଣ୍ଡରେ ମହେଶ୍ଵରଙ୍କ ଘରର ଚାଳ ଓ ସମସ୍ତ ଆସବାବ ପତ୍ର ପୋଡି ଯାଇଥିବା ବେଳେ ସ୍ତ୍ରୀ ବସନ୍ତ ଆହତ ହୋଇ ରଣପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ବସନ୍ତ ଦର୍ପନାରାୟଣପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *

error: Content is protected !!