ନଗରପାଳଙ୍କ ଘର ଉପରକୁ ବୋମାମାଡ, ପୋଲିସ ତଦନ୍ତ ଜାରି |

ଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପଛପଟେ ରହୁଥିବା ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି। ଯାହାକି ଗତ ଦୁଇ ଦିନ ପୁର୍ବେ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ସମାପ୍ତ ପରେ ଏହି ଭଳି ସମ୍ବେଦନଶୀଳ ଘଟଣା ସାରା ସହର ଞ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ବୋମାମାଡ ର କାରଣ ଜଣାପଡିନଥିଲେ ମଧ୍ୟ ପୁର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଛି ବୋଲି ସହରରେ ଚର୍ଚ୍ଚା ହେଉଛି। ବୋମାମାଡ ବେଳେ ନଗରପାଳ ମହାଶୟ ଘରେ ନଥିଲେ। କିନ୍ତୁ ଉପସ୍ଥିତ ପରିବାର ଲୋକେ ପ୍ରଚଣ୍ଡ ଶବ୍ଦରେ ଭୟଭୀତ ହୋଇ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରେ ଓ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପଛପଟେ ରହୁଥିବା ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି। ଯାହାକି ଗତ ଦୁଇ ଦିନ ପୁର୍ବେ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ସମାପ୍ତ ପରେ ଏହି ଭଳି ସମ୍ବେଦନଶୀଳ ଘଟଣା ସାରା ସହର ଞ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୋମାମାଡ ର କାରଣ ଜଣାପଡିନଥିଲେ ମଧ୍ୟ ପୁର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଛି ବୋଲି ସହରରେ ଚର୍ଚ୍ଚା ହେଉଛି। ବୋମାମାଡ ବେଳେ ନଗରପାଳ ମହାଶୟ ଘରେ ନଥିଲେ। କିନ୍ତୁ ଉପସ୍ଥିତ ପରିବାର ଲୋକେ ପ୍ରଚଣ୍ଡ ଶବ୍ଦରେ ଭୟଭୀତ ହୋଇ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରେ ଓ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!