ତୁରେକେଲା ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ବଲାଙ୍ଗୀର ରୁ ମୁନା ଗୌଡ଼ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ*

ତୁରେକେଲା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଗଣ ଦୁଷ୍କର୍ମ ହୋଇଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଭିଡ଼ିଓ ଆଧାରରେ ତୁରେକେଲା ପୋଲିସ ଗତ କାଲିରୁ ୬ ଜଣ ନାବାଳକକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଆଜି ଉତ୍ତରାଞ୍ଚଲ ଆଇଜି ହିମାଂଶୁ ଲାଲ ତୁରେକେଲା ଥାନା ପହଞ୍ଚି ଅଧିକ ତଦନ୍ତ କରିଥଲେ। ବଲାଙ୍ଗିର ଏସପି ଅଭିଳାଷ ଜି ମଧ୍ୟ ଉପସ୍ଥିତ ଥିଲେ । ଗତ କାଲି ରାତି ପୀଡ଼ିତାଙ୍କ ବାପା କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲ। ତେବେ ଆଇଜି ହିମାଂଶୁ ଲାଲ ଏହି ମାମଲାରେ ସମସ୍ତଙ୍କୁ ଗିରଫ କରାଯାଇଛି । ବଲାଙ୍ଗିର ଏସପି ସାଇଣ୍ଟିଫିକ ଟିମ କୁନେଇ ଭଲ ତଦନ୍ତ କରିଛନ୍ତି।

ଏହି ମାମଲାରେ ନାବାଳକ ମାନେ ସମ୍ପୃକ୍ତ ଥିବା ବେଳେ ସୋସିଆଲ ମିଡିଆରେ ଏଭଳି ଭିଡ଼ିଓ ଦେଖି କମ ବୟସରେ ପଥଭ୍ରଷ୍ଟ ହେଉଛନ୍ତି ଆମ ପକ୍ଷରୁ ଆଗକୁ ସଚେତନା ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ବଲାଙ୍ଗିର ଏସପି କହିଛନ୍ତି ଯେ ମାନେ ୬ ଜଣକୁ ଗିରଫ କରିଛୁ। ଭିଡ଼ିଓ ଭାଇରାଳ ହେଳା ତେଣୁ ଆଇଟି ଆକ୍ଟ ରେ ମଧ୍ୟ ଲାଗିଛି। କିଏ ଭିଡ଼ିଓ କଲା କିଏ ଭିଡ଼ିଓ ଭାଇରାଲ ହେଲା ସେ ଦିଗ ଉପରେ ମଧ୍ୟ ତଦନ୍ତ ଚାଲୁଛି। ଘଟଣା ଡିସେମ୍ବର ର ହୋଇଥିବା ବେଳେ ଏହି ମାମଲାରେ ଥିବା ଅଭିଯୁକ୍ତ ମାନେ ଝିଅକୁ ଧମକ ଦେଉଥିଲେ। ତେଣୁ ଏହି ଘଟଣା ଏତେ ଦିନ ଦବି କି ରହିଥିଲେ। କିନ୍ତୁ ଭିଡ଼ିଓ ଭାଇରାଲ ହେଲା ପରେ ଝିଅଙ୍କ ବାପା ଥାନାରେ ଏତଲା ଦେଇଥିଲେ। ଅନ୍ୟ ପକ୍ଷରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣେ ନାବାଳକ ତାଙ୍କ ଜେଜେବି ବୋର୍ଡ ରେ ହଜାର କରିବୁ। ଏବଂ କଠୋର ରୁ କଠୋର ଦଣ୍ଡ କେମିତି ମିଳିବ ସେନେଇ ଚେଷ୍ଟା କରୁଛୁ ବୋଲି ଏସପି କହିଛନ୍ତି।
