ଡକାୟତି ପୂର୍ବରୁ ମାଡିବସିଲା ବଲାଙ୍ଗିର ପୋଲିସ |

ବଲାଙ୍ଗୀର :-(ସନ୍ତୋଷ ପଟ୍ଟନାୟକ /ମୁନ୍ନା ଗୌଡ଼)
ବଡ଼ ଧରଣର ଡ଼କାୟତି କରିବା ଫେଲ ମାରିଲା ଡକାୟତି ଯୋଜନା। ପ୍ଲାନକୁ ଅନଜାମ୍ ଦେବା ପୂର୍ବରୁ ମାଡିବସିଲା ପୋଲିସ,ଅପରାହ୍ନରେ ବଲାଙ୍ଗିର ରାଜୀବନଗରରେ ଡକାୟତି ଯୋଜନା କରୁଥିଲେ ୬ ଜଣ। ଖବରପାଇ ପୋଲିସ ପହଞ୍ଚିବା ପରେ ପୋଲିସକୁ ଦେଖି ଦୌଡି ପାଳାଇଲେ ୨ ଜଣ। ବାକି ୪ ଅଭିଯୁକ୍ତଙ୍କୁ ମାଡିବସିଲା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ସୁମନ୍ତ ବରାଳ,ସିଲୁ ପ୍ରଧାନ,କୁଶଲେଶ୍ବର ବାଗ ଓ ଆଶିଷ ସ୍ବାଇଁ। ଗିରଫ ଅଭିଯୁକ୍ତଙ୍କ ଠାରୁ ନଗଦ ୧୮ ହଜାର ଟଙ୍କା,ମାଉଜର,୨ଟି ଜୀବନ୍ତ ଗୁଳି,କଟାରୀ ସହ ୪ଟି ମୋବାଇଲ ଜବତ କରିଛି ପୋଲିସ। ପୂର୍ବରୁ ମଧ୍ୟ ଏହି ଅଭିଯୁକ୍ତମାନେ ଡକାୟତି ଘଟଣାରେ ଜେଲ ଯାଇଥିଲେ। ଜେଲରୁ ଆସିବା ପରେ ପୁଣି କରୁଥିଲେ ଡକାୟତି ପ୍ଲାନ୍।

ଭିଡିଓ ଖବର ଦେଖନ୍ତୁ :-


Leave a Reply

Your email address will not be published. Required fields are marked *

error: Content is protected !!