*ଟିଟିଲାଗଡ ବ୍ଲକ ସମ୍ମୁଖରେ ଧାରଣା ଦେଲେ ଶତାଧିକ କଂଗ୍ରେସ କର୍ମୀ*

ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ଼ ବ୍ଲକ କଂଗ୍ରେସ ତରଫରୁ ତିନି ଦଫା ଦାବୀ ନେଇ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେବା ସହ ତୁରନ୍ତ ଭି ବି ଜି ରାମ ଜି ଯୋଜନା ର ନାମ କୁ ପ୍ରତ୍ୟାହାର କରିବା ସହିତ ପୂର୍ବ ଭଳି।   

 

                                                 
ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାର୍ଯ୍ୟକାରୀ କରିବାକୁ ଦାବୀ କରିଛନ୍ତି l ବ୍ଲକ କଂଗ୍ରେସ ସଭାପତି ମଗନ ସୁନା ଙ୍କ ନେତୃତ୍ୱ ରେ କଂଗ୍ରେସ ନେତା ବୀରେନ୍ଦ୍ର ବାଗ, ଡମ୍ବରୁଧର ଛତ୍ରିଆ, ନଗର କଂଗ୍ରେସ ସଭାପତି ରଞ୍ଜନ ଦାଶ, ଶିବ ପ୍ରସାଦ ପରିଡା ସମେତ ଶତାଧିକ କର୍ମୀ ସାମିଲ ଥିଲେ l

                                                                                                     ଟାଟା ପାୱାର ର ମନମୁଖୀ ବିଦ୍ୟୁତ ବିଲ ସଂଗ୍ରହ କୁ ବନ୍ଦ କରିବା, ଦୁଇ ଚକିଆ ଯାନବାହାନ ଉପରେ ପରିବେଶ ସମ୍ପର୍କିତ ପ୍ରମାଣପତ୍ର ନାମରେ ଟଙ୍କା ଆଦାୟ କରିବା ରୁ ନିବୃତ ରହିବା ନେଇ ଚେତାବନୀ ଦେବା ସହ ଏକ ଦାବୀ ପତ୍ର ବ୍ଲକ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ନାଗ ଙ୍କୁ ପ୍ରଦାନ କରିଛନ୍ତି , ନଚେତ ଆଗକୁ ବିଧାନସଭା ଘେରାଓ କରାଯିବା ନେଇ ଚେତାବନୀ ଦେଇଛନ୍ତି କଂଗ୍ରେସ କର୍ମୀ.

Leave a Reply

Your email address will not be published. Required fields are marked *

error: Content is protected !!