ଟିଟିଲାଗଡ ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଟିଟିଲାଗଡ଼ ପୋଲିସ ଥାନା ପରିସରରେ ଗୁରୁବାର ଦିନ ସ୍ଥାନୀୟ ଥାନା ଅଧିକାରୀ ମନୋଜ ମୁଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ଟିଟିଲାଗଡ଼ ଏସ ଡି ପି ଓ ଯଶୋବନ୍ତ ପ୍ରଧାନ ଯୋଗ ଦେଇ ସହରରେ ଦେଖା ଦେଉଥିବା ଟ୍ରାଫିକ ସମସ୍ୟା, ଆଗାମି ଦିନରେ ହେବାକୁ ଥିବା ମହାଶିବରାତ୍ରି ମେଳା ରେ ହେବାକୁ ଥିବା ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ନେଇ କିଭଳି ଭାବରେ ଶାନ୍ତିଶୃଙ୍ଖଳା ର ସହିତ ସମାପନ ହେବ ସେ ନେଇ ଆଲୋଚନା କରିଥିଲେ l ସହର ମଧ୍ୟ ର ସମସ୍ତ ମୁଖ୍ୟ ରାସ୍ତା ଗୁଡ଼ିକ ସଂକୀର୍ଣ୍ଣ ରହିଥିବାରୁ ଅନେକ ସମୟରେ ସାଧାରଣ ଲୋକଙ୍କୁ ନାକେଦମ ହେବାକୁ ପଡିଥାଏ l

ପୁଣି ବଡ଼ ବଡ଼ ବାର ଚକିଆ ଏବଂ ୧୬ ଚକିଆ ଟ୍ରକ ଗୁଡିକ ଦିନ ଦୁଇ ଟା ପରେ ଆସୁଥିବାରୁ ଏହି ସମୟ ମଧ୍ୟରେ ସହରର ଟ୍ରାଫିକ ସମସ୍ୟା ଆହୁରି ଦୟନୀୟ ହୋଇପଡୁଛି l ସହରରେ ଦୁଇ ଚକିଆ ଯାନବାହାନ ଦ୍ରୁତ ଗତିରେ ଯାତାୟାତ କରୁଥିବା ବେଳେ ବିଭିନ୍ନ ପ୍ରକାର ଗାଡିର ହର୍ନ ଯୋଗୁଁ ଅନେକ ସମୟରେ ସାଧାରଣ ଲୋକେ ଅସୁବିଧା ର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି l ଘରୋଇ ସ୍କୁଲ ଗୁଡିକ ଛୁଟି ସମୟରେ ବଡ଼ ବଡ଼ ମାଲ ପରିବହନ ଗାଡି ଗୁଡିକ ଯିବା ଆସିବା କରୁଥିବାରୁ ଆପ୍ରତୀକର ପରିବେଷ ସୃଷ୍ଟି ହେଉଥିବା ବେଳେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ନେଇ ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ ଦୃଷ୍ଟି ଆକର୍ଷଣ କରିଥିଲେ l

ରାଜେନ୍ଦ୍ର ନାରାୟଣ ମିଶ୍ର,ଶୈଳେଶ ଗୋୟଲ, ବୀର ବର ସାହୁ, ଇଶ୍ୱର ଚନ୍ଦ ଜୈନ, ଧୂବଳେ ଦଳ ବେହେରା, ହରି ନାରାୟଣ ମିଶ୍ର,ପ୍ରଭାକର ସରାପ, ଭିକାରି ମିଶ୍ର, କୃଷ୍ଣ ଚନ୍ଦ୍ର ସରାପ, ସରୋଜ ସାହୁ, ମଣିଷ ଗୁପ୍ତା, ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ଶିବ ପ୍ରସାଦ ପରିଡା, ଦୀପକ ସମ୍ମାଦାର, ତୀର୍ଥଙ୍କର ପଟେଲ, ଅଶୋକ ତ୍ରିପାଠୀ, ସଞ୍ଜୟ ବେହେରା,ସଞ୍ଜୟ ନାୟକ, ସନ୍ତୋଷ ପଟ୍ଟନାୟକ, ପ୍ରକାଶ ଗୋୟଲ , ଦୀନେଶ ଶର୍ମା, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଟିଟିଲାଗଡ଼ ପୋଲିସ ଥାନା ର କର୍ମଚାରୀ ତଥା ଅଧିକାରୀ ବୈଠକ କୁ ସହଯୋଗ କରିଥିଲେ l

