କୋକସରା ରୁ ଓଡ଼ିଶା ବ୍ୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ସହିତ ରେଙ୍ଗଳପାଲି ରୁ ଶଶାଙ୍କ ଶେଖର ପଟ୍ଟନାୟକ ଙ୍କ ରିପୋର୍ଟ୍ ଶ୍ରୀ କ୍ଷେତ୍ର ଲାଇଭ

ଆଦି ସଂସ୍କୃତି ଓ ଚଳଣି ସହିତ ଜଡିତ ଆଦିବାସୀ ପରମ୍ପରା, ଆଦିବାସୀ ମାନେ ହେଉଛନ୍ତି ମାଁ ମାଟି ର ସନ୍ତାନ, ଆଜି ବି ସେମାନଙ୍କ ମଧ୍ୟରେ ରହିଛି ଏକାଗ୍ରତା ଓ ଭାତୃତ୍ବର ସମ୍ପର୍କ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଓ ମହିମା ପଞ୍ଚାୟତ ଅନ୍ତର୍ଗତ ଟେମରା, ମହିମା ଓ ଘଣ୍ଟିଗୁଡା ଗ୍ରାମର କଶ୍ୟପ, ନେତାମ ଗୌତ୍ର ୪୩୨ ପାତ୍ର ଓ ମାଝୀ ବଂଶୀୟ ପରିବାର ଙ୍କ ଭାତୃତ୍ବର ପର୍ବ ପାଟ୍ଟଯାତ୍ରା ମହୋତ୍ସବ ଦୀର୍ଘ ୩୩ ବର୍ଷ ପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଟେମରା ପଞ୍ଚାୟତ ହଂସପଡା ଗ୍ରାମ ନିକଟରେ ୩ ଦିନ ଧରି ପାତ୍ର ଓ ମାଝୀ ବଂଶୀୟ ପରିବାର ଲୋକେ ଏକାଠି ହୋଇ ସେମାନଙ୍କ ଆରାଧ୍ୟ ଦେବତା ଭୈରବ ଦେବ,ଟେମରା ଗ୍ରାମଦେବୀ ମାଁ ବସ୍ତରେନ, ମାଁ ମାଉଳି, ମାଁ ଲଛମା ନିକଟରେ ମୁଖ୍ୟ ପୂଜକ ଚିତ୍ରସେନ ମାଝୀ ପୂଜାର୍ଚ୍ଚନା କରିବା ପରେ ବଂଶୀୟ ପରିବାର ର ଲୋକେ ଦେବାଦେବୀ ଙ୍କ ନିକଟରେ ନିଜ ପରିବାର ର ମଙ୍ଗଳକାମନା କରି ଆଶ୍ରିବାଦ ଭିକ୍ଷା କରିଥିଲେ।

ଆଜି ପାଟ୍ଟଯାତ୍ରା ମହୋତ୍ସବ ଅବସରରେ ଏକ ବନ୍ଧୁମିଲନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଟ୍ଟଯାତ୍ରା କମିଟିର ସଭାପତି ସୁଧୀର କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ମହାରାଣୀ ଋତୁଜା ଦେବୀ,ସ୍ୱତନ୍ତ୍ର ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ସଙ୍ଘ ର ସଭାପତି କୈଳାସ ଚନ୍ଦ୍ର ମାଝୀ, ସ୍ଥାନୀୟ ସରପଞ୍ଚ କ୍ଷିତିରାମ ପାତ୍ର, ନବରଙ୍ଗପୁର ଜିଲ୍ଲା ଭତ୍ରା ସମାଜ ସଭାପତି ଜଗନ୍ନାଥ ମାଝୀ ସମେତ ଅନ୍ୟ ଅତିଥିମାନେ ମଞ୍ଚ ରେ ଉପସ୍ଥିତ ରହି ସମାଜକୁ ଭାଇଚାର ର ଡୋରି ରେ ବାନ୍ଧି ରଖିଥିବା ପାଟ୍ଟଯାତ୍ରା ମହୋତ୍ସବ ଆଜିର ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ମତ ପ୍ରକାଶ କରିଥିଲେ।
