ଟିଟିଲାଗଡ ରେ ଶ୍ରମିକ ସଂଘ ଧର୍ମଘଟ ଆନ୍ଦୋଳନ ରେ ଅନେକ ସଂଘ ଯୋଗ ଦେବା ବେଳେ କଂଗ୍ରେସ୍ ବିଧାୟକ ପ୍ରାଥି ଶ୍ରୀ ବୀରେନ୍ଦ୍ର ବାଗ ଏବଂ ସାଥୀ ସମ୍ପୂର୍ଣ ମାତ୍ର ରେ ସମର୍ଥନ ଦେଈ ଥିଲେ |

ଟିଟିଲାଗଡ଼
ଶ୍ରମିକ ସଂଗଠନ ତରଫରୁ ସାରା ଭାରତ ବନ୍ଦ ଡାକରା.. ଶ୍ରମ କୋଡ଼ ପରିବର୍ତନ କର, ଭି ବି ଜି ରାମ ଜି ନାମ ପରିବର୍ତନ କର, ପାଚିକା ମାନଙ୍କୁ ନିୟମିତ ଦରମା ଦିଅ, ଏମିତି ଦାବୀ ନେଇ ଆଜି ଟିଟିଲାଗଡ଼ ରେ ବି ବନ୍ଦର ପ୍ରଭାବ ପଡିଛି l ଅଖ ଚକ ବନ୍ଦ, ସ୍କୁଲ ଅଫିସ ରେ ତାଲା ଝୁଲୁଛି..
ବାର ଗୋଟି ଶ୍ରମିକ ସଂଗଠନ ତରଫରୁ ଆଜି ଭାରତ ବନ୍ଦ ଡାକରା, ଆଉ ଏହାର ପ୍ରଭାବ ଟିଟିଲାଗଡ଼ ସହରରେ ବି ଦେଖିବାକୁ ମିଳିଛି l ସହରର ସମସ୍ତ ଦୋକାନ ବଜାର ରେ ତାଲା ଝୁଲୁଛି, କଂଗ୍ରେସ୍ ବିଧାୟକ ପ୍ରାଥୀ ବୀରେନ୍ଦ୍ର ବାଗ, ଶିବପ୍ରସାଦ ପରିଡା, ବ୍ଲକ କଂଗ୍ରେସ୍ ସଭାପତି ଗଗନ ବାଗ, ଡମ୍ବରୁ ଧର ଛତ୍ରିଆ, ନଗର କଂଗ୍ରେସ୍ ସଭାପତି ରଞ୍ଜନ ଦାସ, ଏବଂ ଅନେକ କଂଗ୍ରେସ କର୍ମୀ ମାନେ ଦଳ ଦଳ ହୋଇ ସରକାରୀ ଅଫିସ କୁ ପିକେଟିଙ୍ଗ କରି ବନ୍ଦ କରୁଛନ୍ତି, ସେପଟେ ଜାତୀୟ ରାଜପଥ ୫୯ରେ ବାମପନ୍ଥୀ ଦଳ ରାସ୍ତା ରୋକ କରିଛନ୍ତି, ସହର ଭିତରେ କଂଗ୍ରେସ କର୍ମୀ ମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ କୁ ଓଲ୍ଲାଇଛନ୍ତି..ସିଧା ସଳଖ କେନ୍ଦ୍ର ସରକାର କୁ ଟାର୍ଗେଟ… ଶ୍ରମ ବିରୋଧୀ, କୃଷି ବିରୋଧୀ ନୀତି ବନ୍ଦ କର…
ଶ୍ରମ କୋଡ଼ ପରିବର୍ତନ କରିବା, ଶ୍ରମିକ ମାନଙ୍କୁ ଦିନକୁ 8 ଘଣ୍ଟା କାମ କରିବାକୁ ଦେବା, ସ୍କୁଲ ରେ ନିୟୋଜିତ ପାଚିକା ମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା, ଭିବି ଜି ରାମ ଜି ନାମ ପରିବର୍ତ୍ତନ କରି ପୁନଃ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ନାମ କୁ ଆଣିବା ସହିତ ଅନେକ ନିୟମ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ଶୋଷଣ ନେଇ କାମ କରୁଥିବା ବେଳେ ସମସ୍ତ ନିୟମ କୁ ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି
ଟିଟିଲାଗଡ଼ ସହରରେ ଆଜି ଭାରତ ବନ୍ଦ କୁ ନେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ସରକାରୀ, ବେସରକାରୀ ଅଫିସ ବନ୍ଦ ରହିଛି, ଆନ୍ଦୋଳନ କୁ ନେଇ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି…

Leave a Reply

Your email address will not be published. Required fields are marked *

error: Content is protected !!