ମଡ଼ଣ୍ଣ ପବ୍ଲିକ ସ୍କୁଲ ର ୧୩ତମ ବାର୍ଷିକ ଉତ୍ସବ |ଭବାନୀପାଟଣା :ପ(କିଶନ ଶର୍ମା)-ତା. ୧୫/୦୨/୨୦୨୬ ରିଖ ସ୍ଥାନୀୟ ମହାବୀର ପଡା ସ୍ଥିତ ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ ର ୧୩ତମ ବାର୍ଷିକ ଉତ୍ସାବ ପାଳନ ହୋଇଯାଇଛି | ଛାତ୍ରଛାତ୍ରୀ ହେଲେ ଦେଶର ମେରୁଦଣ୍ଡ ଦେଶଭକ୍ତି, ଭାଇଚାରା ତଥା ରାଷ୍ଟ୍ରଗଠନ ରେ ନିୟୋଜିତ ରହିବାକୁ କଳାହାଣ୍ଡି ଘରୋଇ ସ୍କୁଲ ସଂଘର ଅଧ୍ୟକ୍ଷ ଡ଼ ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆହ୍ୱାନ ଦେଇଥିଲେ | ବରିଷ୍ଠ ଶିକ୍ଷାବିତ ଡ଼. ଉମେଶ ଚନ୍ଦ୍ର ଶତପଥି ମୁଖ୍ୟବକ୍ତା, ବୀରେନ୍ଦ୍ର ଆଚାର୍ଯ୍ୟ, ସମାଜସେବୀ ହରଜିନ୍ଦର ସିଂ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ସ୍କୁଲ ର ପ୍ରତିଷ୍ଠାତା ତଥା ନିର୍ଦେଶକ ଯୁସୁଫ ଅଵାସ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ମଳୟ କୁମାର ମୁଣ୍ଡ ଓ ଧର୍ମେନ୍ଦ୍ର ମୁଣ୍ଡ ମଞ୍ଚପରିଚାଳନା ରେ ସହଯୋଗ କରିଥିଲେ | ଅଧ୍ୟକ୍ଷ୍ୟା ମୁମତାଜ଼ ଆବାସ ସ୍କୁଲ ର ବାର୍ଷିକ ବିବରଣୀ ପାଠ କରିଥିଲେ |ବିଭିନ୍ନ ପ୍ରତିଯୋଗିତା ରେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ସସ୍ମିତା ଝାଙ୍କର, ମିନତୀ ପଣ୍ଡା, ଚିନ୍ମୟୀ ଷଡ଼ଙ୍ଗୀ, ଦେବଶ୍ରୀତା ରଥ, ବୈଶାଲିନି ନାୟକ, ପ୍ରଣତି ପଣ୍ଡା ସମେତ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ | ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଦୀପିକା ପରିଡା ଧନ୍ୟବାଦ ଦେଇଥିଲେ ବନ୍ଦେ ମାତରଂ ଗାନ ସହ ସଭା ସାଙ୍ଗ ହୋଇଥିଲା |
