ସୈତାନ ସ୍ୱାମୀ ର ନୃଶଂସ କାଣ୍ଡ । ନିଜ ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଜାମପଡା ଗାଁ ରେ। ଜାମପଡା ଗାଁ ର ବୈଶାଖୁ ରଣା ନିଜ ସ୍ତ୍ରୀ ପୁଷ୍ପାଞ୍ଜଳି ରଣା କୁ ଗତ ରାତିରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ପୁଷ୍ପାଞ୍ଜଳି ର ବାପା। ଗତ କିଛି ବର୍ଷ ହେଲା ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିବା ବେଳେ ବିଭିନ୍ନ ସମୟରେ ମଦ୍ୟପାନ କରି ସ୍ତ୍ରୀ କୁ ମାଡ଼ ମାରୁଥିଲା। ତେବେ ଗତ କାଲି ରାତିରେ ହତ୍ୟା କରିଥିବା କହିଛନ୍ତି ମୃତକଙ୍କ ମାଁ ଘର ପରିବାର ଲୋକେ। ସିନ୍ଧେକେଲା ପୋଲିସ ଓ ଟିଟିଲାଗଡ଼ ଏସ୍ଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ହତ୍ୟା କରି ସ୍ୱାମୀ ଜଣକ ଏକ ଘରେ ଲୁଚି ରହିଥିବା ବେଳେ ପୋଲିସ ସ୍ବାମୀ ବୈଶାଖୁ ରଣା କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରୁଛି
