ନିୟମ ଗିରି ଅଞ୍ଚଳ ର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଦାବିପତ୍ର |

ନିୟମ ଗିରି ଅଞ୍ଚଳ ର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ରାୟଗଡ଼ାଜିଲ୍ଲା /କଲ୍ୟାଣସିଂହପୁର, ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ରେ ଅବସ୍ଥିତ ପାରସାଲି ପଞ୍ଚାୟତରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଥିଲା। ଏଠାରେ ବହୁ ବିପିଏଲ୍‌ ହିତାଧିକାରୀ ରହିଥିଲେ ହେଁ ଗାଁ ନିକଟରେ ଚାଉଳ ମିଳିପାରୁନାହିଁ । ଟଙ୍କିକିଆ ଚାଉଳ ପାଇଁ ଲାକପଦର ଗ୍ରାମରୁ ୧୫ କି.ମି. ଦୂରରେ ଅବସ୍ଥିତ ପାରସାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡ଼ୁଛି। ବୁଧବାର ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟିଛନ୍ତି ଗ୍ରାମବାସୀ। ଜିଲାପାଳ କହିଛନ୍ତି, ଗ୍ରାମବାସୀ ପ୍ରଶାସନ ଉପରେ ବିଶ୍ୱାସ ଭରସା ରଖି ଆସିଛନ୍ତି, ଖୁସିର କଥା। ସେମାନଙ୍କର ଯାହା କିଛି ସମସ୍ୟା ଅଛି ସେସବୁର ସମାଧାନ କରାଯିବ।
କଲ୍ୟାଣସିଂହପୁରଠାରୁ ଲାକପଦରୁ କୌଣସି ସରକାରୀ ବସ୍‌ ସେବା ଉପଲବ୍ଧ ନ ଥିବାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନ ଥିବା କାରଣରୁ ଲୋକେ ପାହାଡ଼ିଆ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗୁଣାତ୍ମକ ସ୍ବାସ୍ଥ୍ୟସେବା ମଧ୍ୟ ମିଳୁନାହିଁ। ଗମନାଗମନ ପାଇଁ ରହିଥିବା ରାସ୍ତା ଅବସ୍ଥା ଶୋଚନୀୟ। ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ବେଳେ ଏଯାବତ୍‌ ନିର୍ମାଣ ଶେଷ ହୋଇନାହିଁ ବୋଲି ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।  ଜିଲାପାଳ ସବୁ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ରାୟଗଡା ରୁ ଦେବୀପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ଲାଇଭ I

Leave a Reply

Your email address will not be published. Required fields are marked *

error: Content is protected !!