ବରକୁ ବନ୍ଧୁକ ଦେଖାଇ ନଵବଧୁ କୁ କେମିତି ନେଲେ କହିଲେ ବର |

ବାଜା ଡିଜେ କମ୍ପିଥିଲା ପରିବର୍ ସମସ୍ତେ ବେଶ ଖୁସି ରେ ଯାଇଥିଲେ ବରଯାତ୍ରୀ। ବିବାହ ମଧ୍ୟ ବେଶ ଭଲରେ ହେଲା। ଭୋର ରେ ବର କନ୍ୟା କୁ ବିଦାୟ କରିଥିଲେ କନ୍ୟା ଘର ଲୋକ। ହେଲେ ବାଟରୁ ହିଁ ହେଲା ଅଘଟଣ। ବନ୍ଧୁକ ଧାରୀ ପ୍ରେମିକ ବନ୍ଧୁକ ଦେଖାଇ କନ୍ୟା କୁ ବର ସମ୍ମୁଖରୁ ନେଇ ଚମ୍ପଟ। ତରଭା ଥାନା ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।
ବଲାଙ୍ଗୀର ଜିଲ୍ଲା ଖୁଜେନ ପାଲି ପଞ୍ଚାୟତ ଅନ୍ତର୍ଗତ କାମାଖୀ ନଗର ର ହରିବନ୍ଧୁ ପୁଟେଲ ଓରଫ ରିଙ୍କୁ । ବେଶ ଆଡ଼ମ୍ବରରେ ବରଯାତ୍ରୀ ଯାଇଥିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅନ୍ତର୍ଗତ ବନ୍ଧପାଲି ଗାଁ ର ଝିଅ ରଶ୍ମି କୁ ବିବାହ କରିବା ପାଇଁ। ବିବାହ ସରିଲା। ଖୁସିର ମାହୋଲ ରେ ସମସ୍ତେ ବିବାହ ସମ୍ପନ୍ନ କରି ବିଦାୟ ଦେଲେ ବରକନ୍ୟା କୁ। ଆସିବା ବାଟରେ କିନ୍ତୁ ଘଟିଲା ଅଘଟଣ। ବର ଙ୍କ ଗାଡିକୁ ଅଟକାଇ ବନ୍ଧୁକ ଦେଖାଇ ୩ ଜଣ ଯୁବକ ନଵଧୁକୁ ନେଇ ଫେରାର ମାରିଲେ। କେହି କିଛି ବୁଝିପାରିଲେ ନାହିଁ ନା କିଛି କରିପାରିଲେ। କାରଣ ଯୁବକଙ୍କ ହାତରେ ରହିଥିଲା ବନ୍ଧୁକ। ଏନେଇ ତରଭା ଥାନା ରେ ଏତଲା ଦେଲେ ବର। ସେପଟେ ବର ରିଙ୍କୁ କୁ ପୂର୍ବରୁ ମଧ୍ୟ ଯୁବକ ଜଣକ ଧମକ ଦେଇଥିବା କହିଛନ୍ତି ରିଙ୍କୁ । ତେବେ ଯୁବକ ଜଣକ ନଵବଧୁ ରଶ୍ମି ଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରିଛନ୍ତି ପରିବାର ଲୋକ ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଥାନା ଅଂଚଳରେ ଘଟିଥିଲା ଏହି ଘଟଣା। ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ବଲାଙ୍ଗୀର ଜିଲ୍ଲା ଖୁଯେନପାଲି କାମାଖୀ ନଗର ଫେରୁଥିଲେ ବର ବଧୁ। ଏନେଇ ଘଟଣା ପରେ କନ୍ୟା ଘର ଲୋକଙ୍କୁ ଜଣାଇଥିଲେ ବର ଘର ଲୋକ। ଏନେଇ ତରଭା ଥାନା ରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଏନେଇ ଏକ ବ୍ରିଜା ଗାଡିରେ ୪ ଜଣ ଆସି ବନ୍ଧୁକ ଦେଖାଇ ଝିଅକୁ ନେଇଥିବା ଅଭିଯୋଗ କରିଛନ୍ତି। ଏନେଇ ତରଭା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଯାଞ୍ଚ କରି ଯୁବକ ସହ ନଵଧୁକୁ ଖୋଜା ଯାଉଛି। ତେବେ ବର ଙ୍କ ଅଭିଯୋଗ ଆନୁଯାଇ ବଡପାପାଲି ଗ୍ରାମର ଜଣେ ଯୁବକ ଆଉ ଦୁଇଜଣ ବ୍ୟକ୍ତିଙ୍କ ସହ ଆସି ନଵବଧୁ କୁ ବନ୍ଧୁକ ଦେଖାଇ ନେଇଥିବା ଅଭିଯୋଗ କରିବା ପରେ ପୋଲିସ କେଶ ନମ୍ବର 60/ 2026 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ଗୁଡାଏ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ବିବାହ ସାରିବା ଠୁ ନଵବଧୁ ବାହାରିବା ପର୍ଯ୍ୟନ୍ତ କିଏ ଅପହରଣ କରିଥିବା ଯୁବକ କୁ ଖବର ଦେଇଥିଲା ? ନଵବଧୁ ଙ୍କ ଏଥିରେ କିଛି ସମ୍ପର୍କ ରହିଛିକି ?ସେପଟେ କଣ୍ଟାମାଲ ଥାନା ରେ ଅପରହଣ ହୋଇଥିବା ନେଇ ଏକ ମାମଲା କନ୍ୟା ଘର ଲୋକ ଲିଖିତ ଅଭିଯୋଗ କରିଥିବା ସୂଚନା ରହିଛି ରହସ୍ୟ ଭିତରେ ଏବେ ନଵବଧୁ କୁ ପ୍ରେମିକ ବର ସମ୍ମୁଖରୁ ଅପହରଣ କରିଥିବା ଘଟଣା। ସେପଟେ ବର ପକ୍ଷ ଲୋକ କନ୍ୟା ଘର ଲୋକଙ୍କୁ ସମସ୍ତ ଖର୍ଚ୍ଚର ଭରଣ କରିବା ପାଇଁ ଦାବି କରିଛନ୍ତି। ଦେଖାଯାଉ ପୋଲିସ ତଦନ୍ତ ପରେ କଣ ସମ୍ନା କୁ ଆସୁଛି।

Leave a Reply

Your email address will not be published. Required fields are marked *

error: Content is protected !!