ଟିଟିଲାଗଡ଼ ବିଜେଡି, କଂଗ୍ରେସ ଦଳ କୁ ଶକ୍ତ ଝଟକା ଦେଲେ ବିଜେଡି, କଂଗ୍ରେସ ସଂଗଠକ ବିଜେପି ରେ ସାମିଲ ହେଲେ |

ଟିଟିଲାଗଡ଼ ବିଜେଡି କୁ ଲାଗିଛି ଶକ୍ତ ଧକ୍କା l ତୃଣମୂଳ ସ୍ତରର କର୍ମୀ, ସଂଗଠକ ଆଜି ବିଜେଡି କ୍ୟାମ୍ପ ରୁ ସିଧା ସଳଖ ବିଜେପି କ୍ୟାମ୍ପ ରେ ଯୋଗ ଦେଇଛନ୍ତି ଭାରତୀୟ ଜନତା ପାର୍ଟି କାର୍ଯ୍ୟଲୟ ରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କ ଉପସ୍ଥିତି ରେ ଆଜି ଶତାଧିକ ବିଜେଡି କର୍ମୀ ଦଳ କୁ ଛାଡି ବିଜେପି ଦଳରେ ଯୋଗ ଦେଇଛନ୍ତି l ରାଜ୍ୟରେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କାର୍ଯ୍ୟଶୈଳୀ ରେ ଅନୁପ୍ରାଣିତ ହୋଇ ବିଜେପି ରେ ସାମିଲ ହୋଇଥିବା କହିଛନ୍ତି ବିଜେଡି କର୍ମୀ ମାନେ l ସେପଟେ ବିଧାୟକ ନବୀନ ଜୈନ ଟିଟିଲାଗଡ଼ ଅଂଚଳ ର ବିକାଶ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ବିଜେଡି ଏବଂ କଂଗ୍ରେସ ଦଳର ଅନେକ କର୍ମୀ ବିଜେପି ରେ ସାମିଲ ହେବା ପରେ ଦଳ ଆହୁରି ମଜବୁତ ହେବା ନେଇ ଆଶା ରଖିବା ସହ ଆଗାମି ପଂଚାୟତ ନିର୍ବାଚନ ରେ ଟିଟିଲାଗଡ଼ ଅଂଚଳ ରେ ବିରୋଧୀ ଶୁନ୍ୟ ରହିବା ସହିତ ବିଜେପି ଏକମାତ୍ର ଦଳ ରହିବ ବୋଳି କହିଛନ୍ତି.. ଚିନ୍ତା ରେ ବିରୋଧୀ ଦଳ ଦିନକୁ ଦିନ ଭାରତୀୟ ଜନତା ପାର୍ଟି ସୁଦୃଢ଼ ହେବା ରେ ଲାଗିଛି, ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ବିଧାୟକ ଶ୍ରୀ ନବୀନ କୁମାର ଜୈନ ଙ୍କ ଦଳ ସୁଦୃଢ଼ ହେବାର ଲାଗି ଅଛି, ଚର୍ଚ୍ଚା ରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ଙ୍କ ସ୍ବପ୍ନ ସାକାର ହେବାରେ ଲାଗିଛି

Leave a Reply

Your email address will not be published. Required fields are marked *

error: Content is protected !!