ପିକଅଫ ଭ୍ୟାନ ଧକ୍କାରେ ଜଣେ ମୃତ |

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାନ୍ଧୁ ପଲା ଗାଁରୁ ବୁଡି ପଡା ଗାଁ ମୁଖ୍ୟ ରାସ୍ତାରେ ଏକ କୁକୁଡ଼ା ବୋଝେଇ ପିକଅଫ ଭ୍ୟାନ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ୍ୟୁ ଯୁବକ ଜଣକ ହେଲେ ଶେଷଦେବ ବଗର୍ତି , ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ ଗାଡିଟି ପାଖରେ ଥିବା ଏକ କୁକୁଡ଼ା ଫାର୍ମ ଭିତରେ ଲୁଚାଇ ଦେଇ ଚାଳକ ଫେରାର ମାରିଥିଲେ। ଗାଡ଼ି ଚାଳକକୁ ଗିରଫ ଦାବି ସହ ତୁରନ୍ତ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତି ପୂରଣ ଦେବା
ପାଇଁ ଗ୍ରାମବାସୀ ଅଡ଼ିବସିଥିଲେ । ପରେ ଜାତୀୟ ରାଜପଥ ୫୯ ଟିଟିଲାଗଡ଼ –ବାନ୍ଧୁ ପଲା ଗାଁଛକରେ ରାସ୍ତା ଅବରୋଧ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଯେ ମୃତକ ଶେଷ ଦେବ ବଗର୍ତି ପରିବାରର ଏକ ମାତ୍ର ରୋଜଗାର କ୍ଷମଥିଲେ। ତାଙ୍କ ମୃତ୍ୟୁପରେ ପରିବାର ଲୋକେ ବେସାହାରା ହୋଇପଡିଛନ୍ତି, ମୃତକ ଶେଷଦେବ ବଗର୍ତ୍ତି ଙ୍କ ବାପା ଜଣେ ଅଟୋ ଚାଳକ ତାଙ୍କର ଏକ ମାତ୍ର ପୁଅ କୁ ନେଇ ଅନେକ ସ୍ୱପ୍ନ ଦେଖି ଥିଲେ ହେଲେ ବିଧାତା ତାଙ୍କ ଠାରୁ ତାଙ୍କର ପୁଅ କୁ ଅଲଗା କରୀ ଦେଲା ସବୁ ଦିନ ପାଇଁ, କାନ୍ଦ ବୋବାଳି ରେ ଫାଟି ପଡୁ ଅଛି ଗାଁ ସାରା, ପରିବାର ଭିତରେ ଅନ୍ଧକାର ହେଇ ଯାଉ ଅଛି କୋଉଠି ମାଆ ମୁଣ୍ଡ ବାଡେଇ କାନ୍ଦୁ ଥିବା ବେଳେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ ବାହୁନି ବାହୁନି କାନ୍ଦୁ ଅଛି ଭାଈ ପାଇଁ, ପରିବା ର ସମସ୍ତେ ଝୁରି ଝୁରି କାନ୍ଦୁ ଅଛନ୍ତି , ମାତ୍ର କୋଡ଼ିଏ ବର୍ଷ ର ଭେଣ୍ଡିଆ ଟୋକା ଆଉ ନାହିଁ ସମସ୍ତଙ୍କୁ ଛାଡ଼ି ଦେଇ ଆର ପାରିକି ଚାଲି ଯାଇ ଅଛି, ବାପା ଙ୍କ ସ୍ବପ୍ନ କୁ ଅଧା ବାଟରେ ଛାଡ଼ି ଦେଇ ଚାଲିଗଲେ, ମା ଯେ ଜଣେ କିଡିନି ରୋଗୀ ଦଇବ ଦାଉ ସାଜି ଲା ପରିବା ର ଖୁସି କୁ ଛଡେଇ ନେଲା,ବେପାରୁଆ ଗାଡ଼ି ଚଳାଉ ଥିବା କୁକୁଡା ପିକପ୍ ଭ୍ୟାନ ଡ୍ରାଇଭର ଙ୍କ ପାଇଁ ଜୀବନ ଚାଲି ଗଲା ଶେଷ ଦେବ ବଗର୍ତ୍ତୀ ଙ୍କ, ଏହାକୁ ନେଇ ଟିଟିଲାଗଡ଼ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ସହିତ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି, ପୋଲିସ ପ୍ରଶାସନ କୁ ପରିବାର ଭରଣ ପୋଷଣ ପାଇଁ କ୍ଷତି ପୂରଣ ଯୋଗାଇ ଦେବା ପାଇଁ ଅନୁରୋଧ କରି ଅଛନ୍ତି ପରିବା ଲୋକେ

Leave a Reply

Your email address will not be published. Required fields are marked *

error: Content is protected !!