ଟିଟିଲାଗଡ ପୌରପରିଷଦ ପକ୍ଷରୁ ଭାରତ ମଦିରତା ପେଟ୍ରୋଲ ପମ୍ପ ନିକଟରେ ଲସି ବଣ୍ଟନ |

ଟିଟିଲାଗଡ – ଟିଟିଲାଗଡ ମଦିରତା ଭାରତ ପେଟ୍ରୋଲ ପମ୍ପ ଛକ ଠାରେ ପୌର ପରିଷଦ ପକ୍ଷରୁ ଗ୍ରୀଷ୍ମ ଋତୁର ତିବ୍ରତାକୁ ଦୃଷ୍ଟିରେ ରଖି ଲସି ବଣ୍ଟନ ସହ ଜଳ ଛତ୍ରର ଶୁଭ ଉଦଘାଟନ କରାଗଲା। ସହରବାସୀଙ୍କ ସୁବିଧା ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଟିଟିଲାଗଡ ସହରର ବିଭିନ୍ନ ସ୍ଥାନରେ ମୋଟ ୧୫ଟି ଜଳ ଛତ୍ର ବ୍ୟବସ୍ଥା କରାଯାଇଛି, ଯାହା ଗରମ ଦିନରେ ସାଧାରଣ ଲୋକଙ୍କୁ ବିଶେଷ ସହାୟକ ହେବ।ଏହି ପବିତ୍ର ଅବସରରେ ମାନ୍ୟବର ଲୋକପ୍ରିୟ ବିଧାୟକ ଶ୍ରୀ ନବୀନ କୁମାର ଜୈନ, ଉପ ଜିଲ୍ଲାପାଳ ଶ୍ରୀ ପଦ୍ମନାଭ ସାମନ୍ତ ରାୟ, ତହସିଲଦାର ମହୋଦୟ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିବର୍ଗଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ଗରିମାମୟ କରିଥିଲା। ସମାଜ ସେବା ଓ ଲୋକହିତକାରୀ ପଦକ୍ଷେପ ମାଧ୍ୟମରେ ସମସ୍ତଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ବିସ୍ତୃତ ଓ ସୁଦୃଢ଼ ଭାବେ ଜାରି ରହିବ ବୋଲି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ କହିଛନ୍ତି।
ଟିଟିଲାଗଡ଼ ରୁ ଓଡିଶା ବ୍ୟୟୁରୋ ମୁଖ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ଲାଇଭ

Leave a Reply

Your email address will not be published. Required fields are marked *

error: Content is protected !!